କଟକ ୦୬।୦୨: ଶୃଙ୍ଖଳିତ ଜୀବନଚର୍ଯ୍ୟା ଏବଂ ସକାରାତ୍ମକ ଚିନ୍ତା, କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ପରାସ୍ତ କରିପାରିବ। କ୍ୟାନ୍ସର୍ ବିଜେତାମାନଙ୍କୁ ସୁମା ରିୟଲ ମିଡିଆ ଭବ୍ୟ ସମ୍ବର୍ଦ୍ଧନା ଦେବା ଅବସରରେ ଏହି ମତ ପ୍ରକାଶ ପାଇଛି। କଟକରେ ଆୟୋଜିତ କ୍ୟାନ୍ସର୍ ଡେ ପାଳନ ଅବସରରେ ପ୍ରାୟ ସବୁ ବର୍ଗର ଲୋକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିପାରିଛି ପ୍ରମେୟ ନ୍ୟୁଜ୍ ସେଭନ୍ ଟିମ୍।
କେବେ ପରିବାର ଆଶା ତୁଟାଇ ବସିଥିଲା। କିନ୍ତୁ ତାଙ୍କର ଦୃଢ଼ ମନୋବଳ, କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିକୁ ପରାସ୍ତ କରିପାରିଛି। ଏହିଭଳି ଅନେକ କ୍ୟାନ୍ସର ବିଜେତା ମାନଙ୍କୁ ସମ୍ମାନିତ କରିବା, ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ୀଭୂତ କରିବା ଏବଂ ସମାଜରେ ଏକ ସକରାତ୍ମକ ବାର୍ତ୍ତା ବାଣ୍ଟିବା ଲାଗି ସୁମା ରିଅଲ ମିଡ଼ିଆ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ। କଟକରେ ଆୟୋଜିତ କ୍ୟାନ୍ସର ଡେ ଅବସରରେ ଅନେକ କ୍ୟାନ୍ସର ବିଜେତା ମାନଙ୍କୁ ଏକ ସ୍ବତନ୍ତ୍ର ମଞ୍ଚରେ ସମ୍ମାନିତ କରିଛି ପ୍ରମେୟ ନ୍ୟୁଜ ସେଭେନ ଟିମ। ତେବେ ବିଶେଷଜ୍ଞଙ୍କ ମତରେ ଏହି ରୋଗକୁ ଜିତିବାକୁ ହେଲେ, ଲାଇଫ ଷ୍ଟାଇଲ ପରିବର୍ତ୍ତନ କରିବା ଜରୁରୀ । ତା ସହ ଏକ ସକାରାତ୍ମକ ମନୋଭାବ ଜଟିଳ ପରିସ୍ଥିତିକୁ ମଧ୍ୟ ସରଳ କରିଦେବ।
ପରିବର୍ତ୍ତିତ ଜଳବାୟୁ ସହିତ ପରିବର୍ତ୍ତିତ ଜୀବନଚର୍ଯ୍ୟା, ଏହା ହେଉଛି କ୍ୟାନ୍ସର ଭଳି ଜଟିଳ ରୋଗର ମୂଳ କାରଣ। ଧିରେ ଧିରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପ୍ରାଥମିକ ଅବସ୍ଥାରୁ ରୋଗକୁ ଚି଼ହ୍ନଟ କରାଯାଇ ପାରିଲେ ଚିକିତ୍ସା ସମ୍ଭବ ହୋଇପାରୁଛି । ତେବେ ଯେଉଁମାନେ କ୍ୟାନ୍ସର ସହ ଲଢେଇ କରି ଏକ ନୂଆ ଜୀବନ ପାଇଛନ୍ତି, ସେମାନଙ୍କ ଜୀବନକୁ ଆହୁରି ରୋମାଂଚିତ କରିବା ଲାଗି ସୁମା ରିଅଲ ମିଡ଼ିଆ ଆଗକୁ ଆସିଛି। ମଙ୍ଗଳବାର ସକାଳୁ ମିନି ମାରାଥନର ଆୟୋଜନ କରାଯାଇଥିବା ବେଳେ ସନ୍ଧ୍ୟାରେ କ୍ୟାନ୍ସର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ସମେତ ବହୁ ଖ୍ୟାତନାମା ଚିକିତ୍ସକ ମାନେ ଯୋଗଦେଇ କ୍ୟାନ୍ସର ବିଜେତା ମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି।